ମିଳନ ର ରଙ୍ଗ- 42 (Milana Ra Ranga -042/Odia Poem) by Subhas Chandra Chakra

Deal Score0

ଲାଗୁଛି ଯେ
ଆଉ ଥରେ
ଆସିଅଛ ଫେରି-
ଠିକ ସେଇ
ରୂପ, ରଂଗ, ଶବ୍ଦ,
ଆଉ ଚାହାଣୀ ରେ

ତୁମେ ‘ସୀମା’ ମୋର-
ମୋ ପାର୍ଥିବ ଇଚ୍ଛା, ଆବେଗ ର ।
ମୋ ନିଃସର୍ଗ ତୃଷା, ମିଳନ ର ।
ମୋ ଆତ୍ମିକ କ୍ଷୁଧା, ବିରହ ର ।

ତୁମେ ବେଢିଯାଅ ଏବେ
ଛାଇଯାଅ, ମାଟି ରୁ ଆକାଶ-
ଛୁଇଁ ଯାଅ,
ଭରି ଯାଅ,
ଏଇ ମୋର
ତୁମ ବିନା
ଏ ଯାଏ ବି ଖାଲି ଥିବା
ଜୀବନ ର ନଭ, ଜଳ, ସ୍ଥଳ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +