ମିଳନ ର ରଙ୍ଗ- 32 (Milana Ra Ranga -032/Odia Poem) by Subhas Chandra Chakra

Deal Score0

କାଲି ତମେ
ପଢିଲନି ଜମା
ମୋ ଅନ୍ତରେ
ତୁମ ପାଇଁ ଝରୁଥିବା ଗୀତି,

କାହିଁକି ଯେ
ଥିଲା ନୀରବତା,
ତୁମ ଆଖି –
ଚାହାଣୀ ରେ ଗୋଟେ ଶୀତ ରାତି ।

ଯେତେବେଳେ
ନେଲ ବି ମେଲାଣି
ତା ପର ଠୁ
ଆଉ ମୁହଁ ଦେଖାଇଲ ନାହିଁ ।

ମୋତେ ଯେଉଁ
କଥା ପଚାରିଲ
ତାହା ତେବେ,
ଲଗାଇଲ, ଶେଷ ରେ ମୋ ପାଇଁ?

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +