ମିଳନ ର ରଙ୍ଗ- 02 (Milana Ra Ranga -002/Odia Poem) by Subhas Chandra Chakra

Deal Score0

ତୁମେ ଏଇ ଦୁନିଆ ରେ ଥିବ
ମୁଁ କେମିତି ଏ ପୂର ରୁ
ଖୁସୀ ଖୁସୀ ଦେହ ଛାଡି, ସେ ପୂର କୁ ଯିବି…

ଗୋଟିଏ ଦିନ ର ଦୂରୀ,
ଏ ବିରହ କି ଅସହ୍ୟ
ଜନମ ପାଇଁ ଅଲଗା, କେମିତି ଯେ ଯିବି…

ଆଗକୁ ଆସୁଚି ପୁଣି କେତେ
ବଇଶାଖୀ ବିରହ ର
ଲମ୍ବା ଲମ୍ବା ଦୂରତା ର ବେଳା-

କେମିତି ସହିବି ଏକା ଏକା
ସେ ନିଃସଙ୍ଗ ମୂହୁର୍ତ ର
ଅନ୍ତର ର ସୀମାହୀନ ଜ୍ୱାଳା…

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +