ବିରହ ର ବର୍ଣମାଳା: 09- ତୁମ ନୀଳ ନୀଳ ଛୁଆଁ by Subhas Chandra Chakra

Deal Score0

ତମେ ମୋର
ରକ୍ତ ରେ ରକ୍ତ ରେ
ବୁହାଇଛ ସଂପର୍କ ର ମୋହ,
ପ୍ରଣୟ ର ସ୍ୱପ୍ନ ଭିଜା
ଶିରା ରେ ଶିରା ରେ
ବଞ୍ଚିବା ର ଦୁନିର୍ବାର ମୋହ ।

ଅସ୍ଥି-ଅସ୍ଥି,
ମଜ୍ଜା ରେ ମଜ୍ଜା ରେ
ତୁମ-ଗତ
ପ୍ରାଣ ରେ ପ୍ରାଣ ରେ
ମାଟି, ପାଣି, ଆକାଶ ରେ,
ତୁମେ ମୟ ଏ ସାରା ବିଶ୍ୱ ରେ
ଖାଲି ତୁମେ,
ଖାସ୍ ତୁମ
ସ୍ମୃତି, ଅନୁଭୂତି, ଅଭିବ୍ୟକ୍ତି ।।

ଏବେ ଖାଲି
ଏଇ ମୋର
ଆଖି ଆଉ ଅକ୍ଷର ରେ
ତୁମ ପରିଚୟ.
ସ୍ୱପ୍ନ ଆଉ ସଙ୍କେତ ର

ସାରା ବ୍ୟାପ୍ତି,
ସୀମା ସରହଦେ-
ଏବେ ଚରିଯାଏ ନୀଳ,
ଭରିଯାଏ
ମୋ ସାରା ଜଗତ-
ନୀଳ ନାଳ ଛୁଆଁ ରେ ତୁମର।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +