ବିରହ ର ବର୍ଣମାଳା: 08- ଜନ୍ମ ଜନ୍ମାନ୍ତର by Subhas Chandra Chakra

Deal Score0

ଅନାମିକା ସହର ର
ଅଜ୍ଞାତ ଗଳି ରେ
ଅସଂଲଗ୍ନ ମୂହୁର୍ତ୍ତ ରେ
ତୁମ ସାଥେ ଦେଖା ହେଲା ମୋର ।

କେଉଁ ଜନ୍ମ ଜନ୍ମାନ୍ତର
ସଂପର୍କ ସେତୁ ଟି
ତୁମ ସହ ଯୋଡିବା ର
ସଂକଳ୍ପ ଓ ଅଙ୍ଗୀକାର
ସେଇ ମାତ୍ର ଗୋଟିଏ ମୂହୁର୍ତ୍ତେ
ଯୋଡି ହୋଇଗଲା ।।

ସେ ଦିନ ଠୁ
ତମେ ଆଉ
ଅନ୍ୟ କେହି ନୁହଁ
ଆଉ କେବେ ପରି ବି ତ
ଅଜଣା, ଅଚିହ୍ନା ମୋତେ
ଜମା ଲାଗିନାହଁ ।।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +