ବିରହ ର ବର୍ଣମାଳା: 07- ଅଧା ଅଧା ଗୀତ ର ସ୍ୱପ୍ନ by Subhas Chandra Chakra

Deal Score0

ତୁମେ ଯେବେ ଥାଅ ଦୂରେ ଦୂରେ
ଅବା ମୋର ଆତ୍ମା ରେ, ଅନ୍ତରେ-
ମାଟି, ପାଣି, ପବନ ରେ
ନୀଳ ନୀଳ ସାଗରେ ବା
ଆକାଶ ର ଅନ୍ତ ହୀନ
ନୀଳ ଆକାଙ୍ଂକ୍ଷା ରେ
ଅବା ଏଇ ସମୟ ର
ଏ ପାରେ, ସେ ପାରେ –
ତୁମକୁ ମୁଁ ଭୂଲିବା ର
ପୂର୍ବ ମୂହୁର୍ତ୍ତ ରେ ।

ତୁମେ ଆସ
ଆଉ ଥରେ ପୂନର୍ଜନ୍ମ ନେଇ,
ପୁନ8ପୁନ8 ଜାଳି
ମୋର ମଶାଣି ରେ
ମୋ ଦେହ ର ସବୁ ଯାକ
ଅଧାଲେଖା ଗୀତି,
ମୋ ମନ ର ଅବଶିଷ୍ଟ
ଅଧା ଲେଖା ସ୍ମୃତି,
ଆଉ ଥରେ ମୋ ଭିତରେ
ବାର ବାର ଆତ୍ମା ରେ ଆତ୍ମା ରେ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +