ତୁମକୁ ଭେଟିବା ପରେ-056 (Tumaku Bhetiba Pare-56/Odia Poem) by Subhas Chandra Chakra

Deal Score0

କେମିତିକା ଆସିଥାନ୍ତି ଫେରି-
ତୁମ ଦେହ ବାସ୍ନା ବଳଯ ରୁ,
ତୁମ ନଜର ରେ ବନ୍ଦୀ ଥିବା
ମୋ ଆତ୍ମା କୁ ନିଜ ଶରୀର ରୁ…

ଅନ୍ଧାର ର ପତଳା ପରଦା-
ଯେତେ ଯେତେ କରୁଥିଲା ଝାପ୍ସା
ତୁମ ମୁହଁ ଦେଖିବା ର ଇଚ୍ଛା-
ବଢୁଥିଲା, ତୀବ୍ର ଏ ପିପାସା..
ଶିରି ଶିରି ଶୀତଳ ବାଆ ରେ-
କାଳେ ଥରି ଯାଉଥିବ ଦେହ,
ଏ ବେଳା ରେ ତମ ମିଠା-ଛୁଆଁ-
ସ୍ମୃତି ଚୁମି ଯାଉଥିଲା ମୁହଁ…

ଆସିଲା ଏ ବେଳା ରେ ଅନ୍ଧାର,
ଲୁଚି ଗଲା ମୁଖ ରେଖା ତୁମ,
ଫେରିବା କୁ ହେଲା ପୁଣି ମୋତେ
ଦୂରେ ଲୁଚି ଗଲା ଘର ତୁମ…

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +