ତୁମକୁ ଭେଟିବା ପରେ-054 (Tumaku Bhetiba Pare-54/Odia Poem) by Subhas Chandra Chakra

Deal Score+1

ଫେରିବା ବାଟରେ ଆଜି
ହଠାତ ଲାଗିଲା-
ତୁମେ ମୋତେ ଖୁସୀ ଖୁସୀ
କହିନାହଁ ଯାଅ…
ଯେମିତିକା ଆଉ କିଛି
କହିଥାନ୍ତ ମୋତେ
ତା ଆଗରୁ ଅଚାନକ
ନେଲି ମୁଁ ବିଦାୟ….
ଆଗକୁ ମୁଁ ପାରିଲି ନି
ବଢି, ରହିଗଲି-
ଅଟକି ରାସ୍ତାରେ ସେଇ
ଅଳପ ଦୂର ରେ….
ଲାଗୁଥିଲା ବାର ବାର
ସତେ ଅବା ତୁମେ
ମୋ ଆଡକୁ ଅନାଉଛ
ଝରକା ସେପାରେ…
ବାରଂବାର ଲାଗୁଥିଲା
ତମେ ଯେମିତିକା,
ନୀଳ ପୋଷାକ ଭିତରେ
ଖୁବ ଏକା ଏକା…
ବାରଂବାର ଫେରିବାକୁ
ମନ ହେଉଥିଲା,
ତମ ବିନା ସବୁ କିଛି
ଶୁଖିଲା ଶୁଖିଲା….
ତମେ ନାହଁ ଯେ ରାସ୍ତା ରେ
ସେ ତ ନୁହେଁ ମୋର,
ତୁମ ଇଚ୍ଛା ନାହିଁ ବି ଯହିଁ ରେ
ମୋ ପାଇଁ ସେ ଜୀବନ ଜହର….

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +