ତୁମକୁ ଭେଟିବା ପରେ-040 (Tumaku Bhetiba Pare-40 Odia Poem) by Subhas Chandra Chakra

Deal Score0

ଯୁଗ ର ପ୍ରତୀକ୍ଷା ଆଉ
ଶୁଖିଲା ଲୁହ ର ଲୁଣ
ଭର୍ତ୍ତି ମୋର
ହୃଦୟ ର ସାରା ଉପତ୍ୟକା
ତୁମ ବାସ୍ନା ଭରା ସେଇ
ସୁରଭିରେ, ମୋ ସପନ
ନୀଳ ନୀଳ ବର୍ଷା ରେ ଭିଜିଲା ।।
ସବୁତକ ବେଦନା ର କଳା ଛିଟା
ମୋ ଛାତି ରୁ
ଲିଭିଗଲା ଯାଏ-
ମୋ ମନ ରୁ ସବୁ ଜ୍ୱାଳା
ଅସହ୍ୟ ବିରହ ବ୍ୟଥା
ଅବ୍ୟକ୍ତି ର
ହୁତୁ ହୁତୁ ଜଳୁଥିବା
ମୋ ସପନ ଜୂଇ ନିଆଁ ଧାସ
ତୁମ ପୂର୍ବ-ସ୍ମୃତି ମଶାଣି ରେ
ଥପ୍ କରି
ଲିଭି ଲିଭି ଗଲା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +