ତୁମକୁ ଭେଟିବା ପରେ-036 (Tumaku Bhetiba Pare-36/Odia Poem) by Subhas Chandra Chakra

Deal Score0

ଆଜି ଭାରି
ମନ ହେଉଥିଲା
ସବୁ କିଛି ଖୋଲି କହି ଦେବି,
ଯାହା କିଛି
ଅନ୍ଧାରରେ ଅଛି
ଅନ୍ତରରେ, ଝରକା ଖୋଲିବି…।।
ହେଲେ ତମ
ଆଖିର କୋଣରେ
ନ ଥିଲା ସେ ରଙ୍ଗ ଓ ତରଙ୍ଗ –
ଯାହା ମୋ’ର
ଶବ୍ଦ ର ଓଠ ରେ
ଭରିଥାଏ ଆବେଗ ଅନଙ୍ଗ।।
କେଡେ ଶୀଘ୍ର
ସରିଗଲା ବେଳ,
ମନ ତଳ ବେଜନାର ରକ୍ତ…
ଅଭିବ୍ୟକ୍ତି
ଜମାଟ ବାନ୍ଧିଲା,
ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +