ତୁମକୁ ଭେଟିବା ପରେ -035 (Tumaku Bhetiba Pare -35 / Odia Poem) by Subhas Chandra Chakra

Deal Score0

ଆଜି ଭାରି
ମନ ହେଉ ଥିଲା
ସବୁ କିଛି ଖୋଲି କହିଦେବି –
ଯାହା କିଛି
ଅନ୍ଧାରରେ ଅଛି
ଅନ୍ତରରେ, ଝରକା ଖୋଲିବି!

ହେଲେ ତମ
ଆଖିର କୋଣରେ
ନ ଥିଲା ସେ ରଙ୍ଗ ଓ ତରଙ୍ଗ-
ଯାହା ମୋର
ଶବ୍ଦର ଓଠରେ
ଭରିଥାଏ ଆବେଗ ଅନଙ୍ଗ! !

କେଡ଼େ ଶୀଘ୍ର
ସରିଗଲା ବେଳ,
ମନ ତଳ ବେଦନାର ରକ୍ତ-
ଅଭିବ୍ୟକ୍ତି,
ଜମାଟ ବାନ୍ଧିଲା
ରହିଗଲା ନିଃଶବ୍ଦ, ଅବ୍ୟକ୍ତ! !

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +