ତୁମକୁ ଭେଟିବା ପରେ -030 (Tumaku Bhetiba Pare -30 / Odia Poem) by Subhas Chandra Chakra

Deal Score0

ତମେ ସ୍ବପ୍ନ ଦେଖୁଥାନ୍ତ
ମଥା ଥାପି ମୋ ଛାତିରେ
ଆଖି ରଖି ଦୂର ଚକ୍ରବାଳେ
ସେଇ ଦୂରେ, ଝରକାସେ ପାରେ
ଯେଉଁ ଠାରେ
ଆକାଶ ଚୁମୁଛି ମାଟି –
ଗୋଲାପି ଓଠରେ ।
ଓଠ ଯୋଡ଼ି ଦେଇ ତମେ
ମୋ କାନ ରେ
ଧୀରେ ଧୀରେ କହୁଥାନ୍ତ
‘ ଶୁଭ ବଡ଼ ଦିନ! ‘
ଭରି ଦେଇ
ନୀଳ ଶିହରଣ
ମୋ ଦେହର ସାରା ଉପତ୍ୟକା
ମନ, ପ୍ରାଣ, ଆତ୍ମା ଉପବନ! !

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +