ତୁମକୁ ଭେଟିବା ପରେ -025 (Tumaku Bhetiba Pare -25 / Odia Poem) by Subhas Chandra Chakra

Deal Score0

ବେଳେ ବେଳେ ଆକାଶରେ
ଜହ୍ନ ଥାଏ, ପୁନେଇଁ ରେ
ହେଲେ, ରାତି ରାସ୍ତାତକ ଅନ୍ଧାରିଆ ଥାଏ ।

ସେମିତି ପ୍ରିୟା ର ଘରେ
ପ୍ରିୟା ଥାଏ, ପାଖ ଘରେ,
କଥା ଟିକେ ହେବା ଲାଗି ଡର ଲାଗୁଥାଏ ।।

ଜୀବନରେ ଏମିତିକା
ଚାଲିବା ରେ ଏକା ଏକା
ଯେତିକି ପାରିଲା ପଣ ଲୋଡା ଆମ ପାଇଁ –

ସେତିକି ଦମ୍ଭ ମୋ’ ଠାରେ
ତୁମକୁ ପାଇଲା ପରେ
ପାଇଗଲି ଅବଶିଷ୍ଟ ପରମାୟୁ ପାଇଁ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +