ତୁମକୁ ଭେଟିବା ପରେ -012 (Tumaku Bhetiba Pare -12 / Odia Poem) by Subhas Chandra Chakra

Deal Score0

ସକାଳଠୁ
ତମ କଥା ନେଇ
ମୋ ଭିତରେ
ଥିଲା କେତେ ରାଗ-
ତମ ଶେଷ
କଥା କେଇ ପଦ
ଭରିଦେଲା
ତୁମ ପାଇଁ ତୀବ୍ର ଅନୁରାଗ ।।

ତମ ପାଇଁ
ଆଜି ସକାଳରେ
ତୋଳିଥିଲି ସଜ ଫୁଲଟିଏ,

ଶୁଖିଗଲା
ପ୍ରତୀକ୍ଷା ତାତିରେ
ଦେଲ ନାହିଁ ବୋଲି ତମେ
ଖାଲି ମୋତେ
‘ମୁଁ ‘ ଥିବା ମୂହୁର୍ତ୍ତ ଗୋଟିଏ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +