ତୁମକୁ ଭେଟିବା ପରେ -009 (Tumaku Bhetiba Pare -09 / Odia Poem) by Subhas Chandra Chakra

Deal Score0

ଆଉ ଏବେ
ଲାଗୁନାହିଁ ଜମା
ତମେ ମୋ’ଠୁ
ଦୂରେଇ ଯାଇଛ….

ମୋ ଆଖିର ପହଞ୍ଚ ସୀମା ର
ଆର ପାଖେ
ଉଭେଇ ଯାଇଛ।।

ବରଂ ତୁମ ପାଦ ଶବ୍ଦ ଏବେ
ଆଗଠାରୁ ଆହୁରି ସୁଷ୍ପଷ୍ଟ,
ମୋ ଆୟୁଷ,
ଅବଶ ବୟସ
ବାକିତକ, ରାସ୍ତା ଅବଶିଷ୍ଟ ।।

ସବୁଆଡେ ତୁମ ଛବି ଦିଶେ
ଜୀବନର ନଭ, ଜଳ, ସ୍ଥଳ…
ସବୁଆଡୁ ତୁମବାସ୍ନା ଆସେ

ମହକାଇ ମୋ ସଂଧ୍ୟା ସକାଳ ।।

ଦିନ ଏବେ ତୁମଠୁ ଆରମ୍ଭ
ହୁଏ, ତୁମ ମୁହଁ ଦିଶିଗଲେ –
ରାତି ଏବେ ତୁମ ଠାରେ
ଶେଷ ହୋଇଯାଏ,

ସପନରୁ ତମେ ଚାଲିଗଲେ ।।

ଜୀବନର କୋଣେ ଅନୁକୋଣେ
ଏବେ ତୁମ ରୂପ, ସ୍ମୃତି ଛୁଆଁ…
ବାକିତକ ପରମାୟୁ ମୋ’ର
ମୋ ଅୟୁତ ସ୍ମୃତିର ଦୁନିଆ ।।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +