ତୁମକୁ ଭେଟିବା ପରେ -007 (Tumaku Bhetiba Pare -07 / Odia Poem) by Subhas Chandra Chakra

Deal Score0

ବିତିଗଲା ତୁମ ରୂପ, ରଙ୍ଗ ହୀନ
ବସନ୍ତ ଅନେକ,
ତୁମ ବିନା ଆଜିଯାଏ

ଜଳୁଥିବା ଏ ଅନ୍ତର
ଜୂଇ ନିଆଁ ଧାସେ,
ଜଳିଗଲା ସବୁତକ
ମିଠା ମିଠା ସ୍ମୃତିର ସନ୍ତକ ।।

ବଗିଚା ରେ ଫୁଟୁଥିଲା ଫୁଲ
ବିନା ଖୁସୀ,
ବିନା ତୃପ୍ତି,
ବିନା ମହକରେ ।।

ସବୁଆଡ଼େ ଏବେ କିନ୍ତୁ
ରୂପ ର ଫୁଆରା,
ରଙ୍ଗ ର ପସରା ଆଉ
ମହ ମହ ବାସ୍ନା ର ଅଦୌତି
କାଲି ସେଇ ଥରୁଟିଏ
ତମ ସହ ଭେଟ ହେଲା ପରେ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +