ତୁମକୁ ଭେଟିବା ପରେ -004 (Tumaku Bhetiba Pare -04 / Odia Poem) by Subhas Chandra Chakra

Deal Score0

ଜାଣେ ନାଇଁ
କେଉଁଠୁ ଆସିଲା ଏଇ
ଅଦିନିଆ ମେଘ –
ବର୍ଷିବା ଆଗରୁ
ମୋର ଦେହ ମନ
ଅନ୍ତରକୁ ଓଦା କରିଦେଲା,
ଭିଜିରଲା
ଅତୃପ୍ତି ଓ ବେଦନାର
ଅସରା ନିଦାଘ ।।

ତମ ଚାଲିଗଲା ଦିନୁଁ
ଏ ସାରା ଆକ।ଶ
ଭରିଥିଲା ମଉନ ଓ
ନିଃସଙ୍ଗ ତାରା ରେ ।
ଏବେ ତୁମ ସ୍ବର ର ଝଙ୍କାର
ଏ ଅନ୍ତର ଯମୁନା ରେ
ଆଣିବ ଜୁଆର ।।
ଭରି ନୀଳ ଅନ୍ତରଙ୍ଗ ସ୍ବର
ତୁମ ଓଠ ମୋହନବଂଶୀ ରେ,
ଭରିଦେବ
ମୋ ଜୀବନେ ସାତ ରଙ୍ଗ ସ୍ବର ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +