ତୁମକୁ ଭେଟିବା ପରେ -002 (Tumaku Bhetiba Pare -02 / Odia Poem) by Subhas Chandra Chakra

Deal Score0

ଏବେ ଆଉ ମୋ ଭିତରେ
ଆଗ ପରି ନାହିଁ ଜ୍ବାଳା, ନୀଳ ଅବଶୋଷ
ସବୁ କିଛି ମିଠା ମିଠା
ସପନ ରେ ଆଗ ପରି ଭରିଗଲା
ତୁମ ସ୍ବର, ଯାଦୁକରୀମହକ, ପରଶ ।।

ମୋ ଭିତରେ ତମେ ଏବେ
ଭରିଗଲ କୋଣେ ଅନୁ କୋଣେ
ଜୀବନର ସାରା ରାସ୍ତା, ସୀମା ସରହଦ,
ଏବେ ଆଉ ହେଉନାହିଁ ଅବୁଝା ଅବୋଧ
ଜଳୁନାହିଁ ମନ ଏବେ, କାମନାରେ, ବାସନାରେ
ଝୁରୁନାହିଁ ନୀଳ ବେଦନାରେ, ହଜୁନାହିଁ ନିଦ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +