ତୁମକୁ ଭେଟିବା ପରେ -001 (Tumaku Bhetiba Pare -01 / Odia Poem) by Subhas Chandra Chakra

Deal Score0

….1

ଯୁଗ ର ପ୍ରତୀକ୍ଷା ଏବେ
ଅନ୍ତ ହେଲା,
ଭେଟ ହେଲା ତୁମରି ସାଥିରେ!
ସେଇ ଆଖି, ସେଇ ମୁହଁ,
ସେଇ ଏକା
ନୀଳନୀଳଭିଜା ଚାହାଣୀ ରେ!
ଏ ସମୟ, ଏ ଜନ୍ମ ର
ଅୟୁତ ପ୍ରତୀକ୍ଷା –
ତୁମ ସହ ଏକାତ୍ମ ହେବାର,
ସବୁତକ ନୀଳ ତୃଷ୍ଣା
ତୁମ ସାଥେ
ସାଥୀ ହୋଇ ବାଟ ଚାଲିବାର! !
ଗୋଟିଏ ପଲକେ ତମେ
ମୋ ଭିତରେ
ବିସ୍ମୃତି ରୁ ଫେରାଇ ଆଣିଲ-
ତୁମ ରୂପ, ରଂଗ, ଗନ୍ଧ, ସ୍ପର୍ଶେ
ଭିଜୁଥିବା,
ହଜୁଥିବା ସେ ବିଗତ କାଳ! ! !

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +