ଖୋଜିବା ର ସେଇ କେତେ ଦିନ- 09(Khojiba Ra Sei Kete Dina/Odia Poem-09) by Subhas Chandra Chakra

Deal Score0

ଓଦା ଓଦା ଚମ, ଲୋମ,
ଓଦା ଓଦା ଦେହ ଭର୍ତ୍ତି
ରମଣ ଲାଳସା-
କାନ ମୂଳେ
ବୈଶାଖ ର ଛୁଆଁ ।

ଏ ବେଳ ରେ
ମଶାଣୀ କୁ ବେଢିଥିବା
ତାଳ ବଣ ବରଡା ଫାଙ୍କ ରୁ
ଜହ୍ନ ହସୁଥାଏ-
ସଜ ସଜ
ତୁଳସୀ ଓ ଚନ୍ଦନ ବାସ୍ନା ରେ ।।

ତମ ଚୁଡି
ଖନ ଖନ ଶୁଭିଯାଏ
ଶୀତ ରାତି
ଧୂଆଁ ଧୂଆଁ ନିଷ୍ପ୍ର୍ରଭତା
ବେଢିଥିବା ନଇପଠା
ଉଲଗ୍ନ ଅନ୍ଧାରେ।।

ଏବେ ଏବେ
ବୈଧବ୍ୟ ର ସୁରେ,
କ୍ରମଶ8 ନିରବି ଯାଉଥିବା
ଅଜନ୍ମା ବିରହ ର ରାଗେ
ଗାଉଥିବା ଚକୋରୀ ଓଠ ରେ
ମିଳନ ର ରଙ୍ଗ ଲାଗିଯାଏ ।।।

ଖୋଜିବା ର ସେଇ କେତେ ଦିନ
ତୁମକୁ ପାଇବା ପାଇଁ
ରାତି-ଦିନ ଏକ କରି ଦେଇଥିବା
ଅଲୋଡା ପକ୍ଷୀ ର
କ୍ଳାନ୍ତ ପର, ନିଦୁଆ ପତା ରେ
ଧୂସର ରଙ୍ଗ ର ତୁଳୀ
ରଙ୍ଗ ମାଖୁଥାଏ-

ଅଛୁଆଁ ବାସର ରାତି
ନିଟୋଳ ଅଙ୍ଗ ରେ
ଚୁମ୍ବନ ର ନୀଳ ନୀଳ
ଦାଗ ଲାଗିଯାଏ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +