ଖୋଜିବା ର ସେଇ କେତେ ଦିନ- 03(Khojiba Ra Sei Kete Dina/Odia Poem-03) by Subhas Chandra Chakra

Deal Score0

ବତାସ ର ଶିକାର
କ୍ଳାନ୍ତ, ହାରୁ ନଥିବା
ଏକାକୀ ପକ୍ଷୀଟିଏ ପରି
ଯୁଝିବା ବେଳେ
ତମେ ତମ ହାତ ଦିଅ ।

ମୋ ଆଡକୁ ପ୍ରସାରିତ
ତୁମ ଛୁଆଁ ର ଫଗୁଣ
ଆଉ ଅଛୁଆଁ ଶରତ ର
ନୀଳ ନୀଳ ମେଘ ।

ମୋ ଆଷାଢ କଳା ଆକାଶ ରେ
ତୁମ ଆଖି ସବୁଜ ବିଜୁଳି
ତୁମ ସ୍ୱର କ୍ଷୀଣ ରାଗ ଧ୍ୱନି
ଦୂରୁ ଭାସି ଆସେ-
ଭିଜାଇ ମୋ ଅନ୍ତ8କରଣ କୁ
ଶରତ ର ଆଲୋକ ର
ନୀଳ ନୀଳ ସକାଳ ର
ସୀମାହୀନ ସମୁଦ୍ର ବେଳା ରେ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +