କେବେ ପାଶେ…କେବେ ଦୂରେ – 01 (Kebe Paase…Kebe Dure-01/Odia Poem) by Subhas Chandra Chakra

Deal Score0

ଆଉ ଥରେ ଆଣିଦେଲ
ଲୁହ ର ଶ୍ରାବଣ,
ମୋ ଅନ୍ତର ଉପତ୍ୟକା
କୋହ ର ପ୍ଲାବନ ।

ତମେ ଖୋଲି ଦେଲ ପୁଣି-
ଅତୀତ ଝରକା,
ମୋ ମଶାଣୀ ମଧୁଶଯ୍ୟା
କାହାଣୀ ର ଧକ୍କା ।।

ତମ ଆଖି ଚାହାଣୀ ର
ନୀଳ ନିଆଁ ଧାସ
ଜଳାଏ ମୋ ମନ ତଳ,
ନିଃଶ୍ୱାସ, ବିଶ୍ୱାସ ।।

ତମ ଠାରୁ ଦୂରତା ମୋ
ଶ୍ୱାସ ରୋଧ କରେ,
ଥାଅ ଯେତେ ପାଶେ ଅବା
ଥାଅ କାହିଁ ଦୂରେ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +